ଟ୍ରକ ଓଲଟି ଜଣେ ମୃତ, ଭାରସାମ୍ୟ ହରାଇ ଖସିପଡିଲା ପୋଲ ତଳକୁ

Published By : Prameya-News7 Bureau | June 10, 2024 IST

ସୋରୋ ୧୦/୦୬: ଟ୍ରକ ଓଲଟି ଜଣେ ମୃତ । ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆରେ ଅମୃତଭଣ୍ଡା ଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରକଟି ଆନ୍ଧ୍ରରୁ ପାଟଣା ଯାଉଥିଲା ବେଳେ ଭାରସାମ୍ୟ ହରାଇ ପୋଲତଳକୁ ଖସି ପଡିଥିଲା । 

ଯାହା ଫଳରେ କି ତହସିଲ ରାସ୍ତାରେ ଟ୍ରକଟି ଓଲଟି ପଡିଵାରୁ କିଛି ସମୟ ଯାତ୍ରାୟାତାରେ ବାଧାସୃଷ୍ଟି ହୋଇଥିଲା । ମୃତକ ଜଣକ ଟ୍ରକ ଭିତରେ ଚାପି ଯାଇ ରହବିଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ଗାଡ଼ି ଡ୍ରାଇଭର ଥିବା ବେଳେ ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁର ଅଞ୍ଚଳର ଶ୍ରୀ ନିଵାସ ରାଓ ମଣ୍ଡଳବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ହେଲଫର ସୁରକ୍ଷିତ ଅଛନ୍ତି । ସୋମବାର ଭୋର ସମୟରେ ଘଟିଛି ଦୁର୍ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.