ଦେବଗଡ: ହାଇୱା ଧକ୍କାରେ ଜଣେ ମୃତ, ଡ୍ରାଇଭରକୁ ଗୋଡାଇ ଗୋଡାଇ ଧରିଲେ ଲୋକେ, କ୍ଷତି ପୂରଣ ଦାବିରେ ରାସ୍ତାରୋକ୍

Published By : Prameya-News7 Bureau | December 12, 2020 IST

ଦେବଗଡ ୧୨।୧୨: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ  ସିଆରିମାଳିଆ ଗ୍ରାମରେ ରାଞ୍ଚି- ବିଜୟୱାଡା ରାସ୍ତାରେ ସଡକ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଶୁକୁରା ମୁଣ୍ଡା ।

ସୂଚନା ଅନୁଯାୟୀ, ଶୁକୁରା ବିଲରୁ କାମ ସାରି ଫେରୁଥିବା ବେଳେ ପଛରୁ ଏକ ପାଉଁଶ ବୋଝେଇ ହାଇୱା ଟ୍ରକ୍ ତାଙ୍କୁ  ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ହାଇୱା ଟ୍ରକ୍ର ଡ୍ରାଇଭର୍ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଗୋଡାଇ ଗୋଡାଇ ଧରି ଗାଆଁ ମଣ୍ଡପରେ ବନ୍ଦ କରି ରଖିଛନ୍ତି ।

ଏହି ଦୁର୍ଘଟଣା ପରେ ଉତ୍ୟକ୍ତ ଜନସାଧାରଣ ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦାବୀ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାଞ୍ଚି- ବିଜୟୱାଡା ରାସ୍ତାରେ ଗାଡି ଚଳାଚଳ ବ୍ୟାହତ ହୋଇଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.