WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟାଙ୍ଗର ଗାଁରେ ହାତୀ ଉପଦ୍ରବ : ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

24/09/2023 at 1:02 PM

ସୁନ୍ଦରଗଡ଼ ୨୪।୦୯ : ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଟାଙ୍ଗର ଗାଁରେ ହାତୀ ଆକ୍ରମଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଟାଙ୍ଗର ଗାଁରେ ଜଣେ ବୃଦ୍ଧ ଖାଇସାରି ଶୋଇଥିଲେ । ଏହି ସମୟରେ ତାଙ୍କ ହାତୀ ଆକ୍ରମଣ କରିଥିଲା । ଭୟରେ ବୃଦ୍ଧ ଜଣଙ୍କ ଘରୁ ଦୌଡି ପଳାଇଥିଲେ । କିନ୍ତୁ ବାହାରକୁ ବାହାରିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ହାତୀ ତାଙ୍କୁ କଚାଡି ମାରି ଦେଇଥିବା ସୂଚନା ମିଳିଛି ।

ସେହିପରି ଅନ୍ୟ ପଟେ ଆଉ ଜଣେ ମହିଳା ଭୌର ସମୟରେ ଶୌଚ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଏକ ହାତୀ ମହିଳାଙ୍କୁ ଶୁଣ୍ଡରେ ଟାଣି ଫୋଫାଡି ଦେଇଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ମୃତ ବୃଦ୍ଧଙ୍କ ନାମ ଆଲାରା କୁଲ୍ଲୁ ହୋଇଥିବା ବେଳେ ଗୁରୁତର ମହିଳାଙ୍କ ନାମ ସାଲମୀ ଗିଦ୍ଧି ବୋଲି ଜଣାପଡିଛି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

   Related Posts