ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | June 08, 2019 IST

କେନ୍ଦୁଝର ୮|୬: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ସଦର ଥାନା ସମ୍ମୁଖରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟା ୪୫ମିନିଟ୍ ସମୟରେ କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର ସଦରଥାନା ସମ୍ମୁଖରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବାଇକ୍ ଆରୋହୀଙ୍କର ପରିଚୟ ମିଳିପାରି ନଥିବା ବେଳେ ବାଇକଟି ମିଲଟନ ସେଠୀଙ୍କ ନାମରେ ରେଜିଷ୍ଟ୍ରେସନ ଥିବା ଜଣାପଡିଛି । ଦୁର୍ଘଟଣାଟି ଏତେ ଜୋର ଥିଲା ଯେ, ଦୁର୍ଘଟଣା ଘଟାଇଥିବା ଗାଡିଟି ବାଇକ୍ ଆରୋହୀଙ୍କର ଅଣ୍ଟା ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ସଦର ପୋଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.