Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଣେଶ ମୂର୍ତ୍ତି ଆଣିବା ବେଳେ ଅଘଟଣ : ବିଦ୍ୟୁତ ଆଘାତରେ ଜଣେ ମୃତ, ଦୁଇ ଗୁରୁତର

19/09/2023 at 11:15 AM

କଟକ ୧୯।୯: ଗଣେଶ ପୂଜାରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ । କଟକ ନରାଜ ନିକଟରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ । ଗୁରୁତର ଦୁଇ ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, କଟକ ନରାଜ ନିକଟରେ ଥିବା ଏକ ଘରୋଇ ୟୁନିଭରସିଟିରେ ଅଘଟଣ । ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ୫ ଜଣ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ୪ ଗୁରୁତରଙ୍କ ମଧ୍ୟରୁ ଜଣେ ଯୁବତୀ ରହିଛନ୍ତି । ଗୁରୁତରଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥାରେ ଉନ୍ନତି ଆସିଛି ।

ସେହିଭଳି ମୃତକ ହେଲେ ମହାରାଷ୍ଟ୍ରର ରାଜ୍ୟ ଔରଙ୍ଗାବାଦ ଜିଲ୍ଲାର ରୋହନ ଭଗବାନ ସାୱେଲ । ତାଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ଆହତମାନଙ୍କୁ ଘରୋଇ ହସ୍ପିଟାଲରେ ଭେଟିବା ପରେ କଟକ ମେୟର  ସୁବାସ ସିଂ ସୂଚନା ଦେଇଛନ୍ତି ।

You Can Read :

   Related Posts