ବାଇକ୍‌କୁ ପିଟିଲା ଅଜଣା ଗାଡି : ମାମୁଁ ମୃତ, ଭଣଜା ଗୁରୁତର

Published By : Prameya-News7 Bureau | October 17, 2019 IST

କେନ୍ଦୁଝର ୧୭।୧୦: ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡି । ଘଟଣାସ୍ଥଳରେ ମାମୁଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାନଝରୀ ପୋଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ବସନ୍ତପୁର ଗାଁର ମଙ୍ଗୁଲୁ ବେହେରା ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ବସନ୍ତପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ମାମୁଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ପପୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.