ବାଇକ୍ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | January 09, 2020 IST

ବ୍ରହ୍ମପୁର ୯।୧:  ବ୍ରହ୍ମପୁର ଉପକଣ୍ଠ କନିଷିଠାରେ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଭାବିନପୁର ଅଂଚଳର ପପୁନ ପାଢ଼ୀଙ୍କର ମୃତ୍ୟୁ ହୋଇଛି । ଲୋଚପଡା ଅଂଚଳର ପ୍ରଶାନ୍ତ ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବିନା ହେଲମେଟ୍ ରେ ବାଇକ୍ ଚଳାଉ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।

{"id":208816,"sizeSlug":"large"}

ଉଭୟ ଗୁରୁତରଙ୍କୁ ଦୁର୍ଘଟଣା ପରେ କନିଷି ଭାରପ୍ରାପ୍ତ ତହସିଲଦାର ଅନୀତା ସାହୁ ନିଜ ଗାଡ଼ିରେ ବ୍ରହ୍ମପୁର ବଡ଼ ମେଡିକାଲ ଆଣିଥିଲେ । ସମସ୍ତେ ଗାଡି ଚଳାଇବେଳେ ହେଲମେଟ୍ ପିନ୍ଧିବାକୁ ବ୍ରହ୍ମପୁର ଏସପି ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.