scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ସାଙ୍ଗକୁ ଛୁରାମାଡ କଲେ ସାଙ୍ଗ, ଚାଲିଗଲା ଯୁବକଙ୍କ ଜୀବନ

25/09/2023 at 4:29 PM

କେନ୍ଦ୍ରାପଡା ୨୫।୯: କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନରେ ଜଣେ ଯୁବକଙ୍କୁ ଛୁରା ମାଡ । ଛୁରାମାଡରେ ତ୍ରିଲୋଚନ ମଳିକ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥବା ଜଣାପଡିଛି l

ସୂଚନା ଅନୁଯାୟୀ, ସାଙ୍ଗମାନେ ବସି ନିଶା ଖାଉଥିବା ବେଳେ ପରସ୍ପର ମଧ୍ୟରେ ପାଟିତୁଣ୍ଡ ହେବାରୁ ଜଣେ ସାଙ୍ଗକୁ ଅନ୍ୟମାନେ ଛୁରୀ ମାଡ କରିଥିଲେ । ମୃତ ତ୍ରିଲୋଚନଙ୍କ ଘର ଚାରି ଗାଁରେ । ତାଙ୍କ ବୟସ ୩୦ ବର୍ଷ । ସୋମବାର ଦିନ ପ୍ରାୟ ସାଢେ ୧୨ଟା ବେଳେ ତ୍ରିଲୋଚନ ଏବଂ ତାଙ୍କର ଅନ୍ୟ ୫ ଜଣ ସାଙ୍ଗ ଧୂମାତ ଶାସନ ସ୍ଥିତ କେନାଲ ବନ୍ଧ ମହାପୁରୁଷଙ୍କ ନିକଟରେ ବସି ନିଶା ସେବନ କରୁଥିଲେ l ହଠାତ କୌଣସି ଘଟଣାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ପରେ ଗଣ୍ଡଗୋଳ ବଢ଼ିବାରୁ ସେମାନଙ୍କ ମଧ୍ୟରୁ କେହି ଜଣେ ତ୍ରିଲୋଚନଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା l ଏଥିରେ ତ୍ରିଲୋଚନଙ୍କ କାନ୍ଧ, ଛାତିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା l ଛୁରୀ ମାଡ ପରେ ଅନ୍ୟ ୫ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ l ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତ୍ରିଲୋଚନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା l ମୃତ ତ୍ରିଲୋଚନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡ଼ିଛି l ଚୋରି, ଡକାୟତି, ଅପହରଣ, ଲୁଟ୍, ଗୁଳିକାଣ୍ଡ, ବେଆଇନ ଅସ୍ତ୍ର ରଖିବା ପ୍ରଭୃତି ମାମଲାରେ ତ୍ରିଲୋଚନ ପୂର୍ବରୁ ବହୁବାର ଜେଲ୍ ମଧ୍ୟ ଯାଇଛନ୍ତି l ନିକିରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି l

You Can Read :

   Related Posts