୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ, ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର

Published By : Prameya-News7 Bureau | March 03, 2024 IST

ଦେବଗଡ଼: ଗାଡ଼ିରୁ ପ୍ଲାଇ କାଠ ଓହ୍ଲାଉଥିବାବେଳେ ଘଟିଲା ଅଘଟଣ। ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ । ସେହିଭଳି ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି କଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲଟନ ଗୁଡା ନିକଟରେ। ମୃତକ ହେଲେ ସ୍ଥାନୀୟ ମିରିଗିଡିଆ ସାହିର ଟୁନା ପୂର୍ତ୍ତି(୩୦)। ଅନ୍ୟ ଜଣେ ଉଦୟ ହେଣେଜ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read: କଟକରେ କ୍ରେନ୍‌କୁ ପିଟିଲା କାର୍‌, ୪ ଗୁରୁତର

ରବିବାର ପୂର୍ବାହ୍ନ ସମୟରେ ଦେବଗଡ ଜିଲ୍ଲା କଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲଟନ ଗୁଡାକ ନିକଟରେ ବିଦ୍ୟୁତ ଆଘାତ ରେ ଜଣେ ଯୁବକ ଙ୍କ  ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ  ହେଲେ ଦେବଗଡ ସହର ନଅ ନମ୍ବର ୱାର୍ଡ  ମିରିଗିଡିଆ ସାହିର ଟୁନା ପୂର୍ତ୍ତି(୩୦) ଓ  ଗୁରୁତର ଆହତ ଜଣଙ୍କ  ହେଲେ ଉଦୟ ହେଣେଜ। ଉଭୟ ଟୁନା ଓ ଉଦୟ ଅନ୍ୟ ଜଣେ ଯୁବକ ଙ୍କ ସହ ମିଶି ମିନି ଟ୍ରକ୍ ରୁ ପ୍ଲାଇଉଡ ଓହ୍ଲାଇବା ସମୟରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦେବଗଡ ଡାକ୍ତରଖାନାରେ ଟୁନାଙ୍କ ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିପରି ଉଦୟଙ୍କୁ  ଗୁରୁତର ଆହତ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ୧୧ କେଭି ବିଦ୍ୟୁତ ତାର  ଅତି ପାଖରେ କମ ଉଚ୍ଚତାରେ ଯାଇଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.