ବୌଦ୍ଧ ୦୨।୧୨: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଦିକଟା ଗାଁର ଲଳିତ ଵାଦି, ସେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି।
{"id":192779,"sizeSlug":"large"}ସୂଚନାଯୋଗ୍ୟ ଯେ, ଆଜି ସକାଳସମୟରେ ନିଜ ଗାଁରୁ ଲଳିତ ବାଉଁଶୁଣି ଯାଉଥିବା ସମୟରେ ବୌଦ୍ଧରୁ ବାଉଁଶୁଣି ପଟକୁ ଯାଉଥିବା ଏକ କାର ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା।ଘଟଣାସ୍ଥଳରେ ଲଳିତଙ୍କ ମୃତ୍ୟ ହୋଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲଳିତଙ୍କ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି । ପୋଲିସ କାରକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।