ମୋବାଇଲ ଦେଖୁଥିବା ସମୟରେ ବଜ୍ରାଘାତ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର
18/09/2023 at 8:23 PM

ଚଣ୍ଡିଖୋଲ: ମୋବାଇଲ ଦେଖିବା ହେଲା କାଳ, ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ। ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତର ଦୁଇ ଜଣ ଯୁବକ ନିଜ ଗ୍ରାମ ନିକଟସ୍ଥ ଚାଷ ଜମି ପାଖରେ ଥିବା ଏକ କଲଭର୍ଟ ଉପରେ ବସି ମୋବାଇଲ ଦେଖୁଥିବା ସମୟରେ ବଜ୍ରାଘାତ ହେବାରୁ ଦୁଇ ଯୁବକ ଗୁରୁତର ହୋଇ ପଡ଼ିଥିଲେ।
ଏହି ଖବର ଚାରିଆଡ଼େ ଖେଳି ଯିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇ ଯୁବକଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଇ ଥିବା ବେଳେ ଜଣକର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣକୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଯୁବକ ହେଲେ ମନୋରଞ୍ଜନ ନାୟକ ଦେଓଦା ପଞ୍ଚାୟତର ବୋଲି ଜଣା ପଡିଛି।
Also read- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ନିଷ୍ପତ୍ତି, ସ୍ଥଗିତ ହେଲା ଶିକ୍ଷକ ଆନ୍ଦୋଳନ
Related Posts
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023
ଶେଷ ହେଲା ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା, ପୁଣି ଆର ବରଷକୁ ଅପେକ୍ଷା
30 September 2023
ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30 September 2023