କେନ୍ଦ୍ରାପଡ଼ାରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ
18/08/2019 at 12:43 PM

କେନ୍ଦ୍ରାପଡ଼ା ୧୮/୮: ୫୩ ନମ୍ଵର୍ ଜାତୀୟ ରାଜପଥ ଦୁହୁରିଆ ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ମହାକାଳ ପଡା ଥାନା ଅନ୍ତର୍ଗତ କୁମ୍ଭାର ପଡା ଗ୍ରାମର ପ୍ରଫୁଲ୍ଲ ରାଉତ ବୋଲି ଜଣାପଡ଼ିଛି | ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା ଆସୁଥିବା ଏକ ଅଟୋ ଦୁହୁରିଆ ଠାରେ ରାସ୍ତା କଡରେ ଅଟକିଥିବା ଏକ ଲୁହା ପଥର ବୋଝାଇ ଟ୍ରକ ପଛରେ ପିଟିଥିଲା |

ଫଳରେ ଆଗ ସିଟରେ ବସିଥିବା ପ୍ରଫୁଲ୍ଲ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅଟୋ ଚାଳକ ଓ ଅଟୋରେ ଥିବା ଅନ୍ୟ ଦୁଇ ଯାତ୍ରୀ ଗୁରୁତର ଆହତ ହୋଇଥିଲେ | ଗୁରୁତର ମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ତେବେ ଅଟୋ ଚାଳକ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା କିଛି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି |