ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଭୁଜାଲି ମାଡରେ ଜଣେ ଯୁବକଙ୍କ ମୃତ୍ୟୁ
19/06/2019 at 10:07 AM

ସମ୍ବଲପୁର ୧୯|୬: ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ଜୀବନ ଯାଇଛି । ରେଙ୍ଗାଲି ଶ୍ୟାମ ଡିଆରଆଇ କାରଖାନା ଆଗରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଭୁଜାଲିରେ ଆକ୍ରମଣ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ହେଉଛନ୍ତି କପିଳ ସାହୁ ।
ସୂଚନାଯୋଗ୍ୟ ଯେ, ସାମାନ୍ୟ ବଚସାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତି ସ୍ଥାନୀୟ କୁକୁଡା ଦୋକାନୀଠାରୁ ଏକ ଭୁଜାଲି ଆଣି କପିଳଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କପିଳଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଦୁର୍ଘଟଣାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ଡିସେମ୍ବରରେ ହୋଇଥାନ୍ତା ନିର୍ବନ୍ଧ
24 September 2023
ପୋଖରୀରେ ବୁଡ଼ି ୨ ଛାତ୍ର ମୃତ, ଗାଧୋଇବାକୁ ଯାଇ ଘଟିଲା ଅଘଟଣ
24 September 2023
ସମ୍ବଲପୁରରେ ବଡ଼ଧରଣର ଲୁଟ୍, ବାଇକ୍ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା
24 September 2023
ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ପୋଲିସ କରୁଛି ଛାନ୍ଭିନ୍
24 September 2023