ହାଇଓ୍ବାରୁ ବାଲି ଅନଲୋଡିଂ ବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

Published By : Prameya-News7 Bureau | January 24, 2020 IST

ଦେବଗଡ ୨୪।୦୧: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ  । ଦେବଗଡ ଜିଲ୍ଲା ରିଆମାଳ ଥାନା ଦେଓଝରନ ଗାଁରେ ନିକଟର ଘଟଣା । ମୃତ ଶ୍ରମିକ ରାମ ବେହେରା ବୋଲି ଜଣାପଡିଛି । ବାଲି ବୋଝେଇ ହାଇଓ୍ବାରୁ ବାଲି ଅନେଲାଡ କରୁତିବା ବେଳେ ଅଘଟଣ ଘଟିଛି ।

{"id":215274,"sizeSlug":"large"}

ସୂଚନାଯୋଗ୍ୟ ଯେ,  ରିଆମାଳ ଦେଓଝର ଗାଁରେ ଶୁକ୍ରବାର ଦିନ ଏହ ବାଲି ବୋଝଇ ହାଇଓ୍ବା ଟ୍ରକରୁ ବାଲି ଅନଲୋଡ କରାଯାଉଥିଲା । ଟ୍ରକ ଉପର ଦେଇ ଯାଇଥିବା ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଲି ଅନଲୋଡ କରୁଥିବା ଦୁଇ ଶ୍ରମିକ ଆହତ ହୋଇ ତଳେ ପଡିଯାଇଥିଲେ । ତେବେ ଘଟଣାସ୍ଥଳରେ ଦେଓଝରନ ଗାଁର ରାମ ବେହେରା ନାମକ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ବିନାୟକ ଶବର ନାମକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ବିନାୟକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲେ ଭର୍ତ୍ତି କରାଯାଇଛି । ତେବେ ଘଟଣା ପରେ ହାଇଓ୍ବା ଟ୍ରକଟି ଘଟଣସ୍ଥଳରୁ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.