ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଖସିଲା ବାଇକ୍, ବାଇକ୍ ଆରୋହୀ ମୃତ
1/08/2019 at 10:12 AM

କଳାହାଣ୍ଡି ୧|୮: ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ଖସି ପଡିଲା ବାଇକ୍ । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନଗଂଲବେଡା ଗାଁର ଯଶୋବନ୍ତ ସାହୁ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଯଶୋବନ୍ତ ସାହୁ ବାଇକ୍ ଯୋଗେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଲାଞ୍ଜିଗଡ ଥାନା ଭାଟଗୁଡାଠାରେ ନିର୍ମାଣଧୀନ ବ୍ରିଜ୍ ଏପ୍ରୋଚ ରୋଡରୁ ଭାରସାମ୍ୟ ହରାଇ ତାଙ୍କ ବାଇକି ଖସିପଡିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।