ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ; କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
30/10/2018 at 10:01 AM

ନୟାଗଡ ୩୦|୧୦: ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ ଇଟାମାଟି ଥାନା ନୋଟର ତତରା ନାଳ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ କେସ୍ତପଡା ଗାଁର ଯୋଗୀ ପଲେଇ । କ୍ଷତିପୂରଣ ଦାବିରେ ଗ୍ରାମବାସୀ ପ୍ରତାପପ୍ରସାଦ ଓ ରଣପୁର ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି ।