scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୋରା କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ, ଅଳ୍ପକେ ବର୍ତ୍ତିଲେ ୪ ଜଣ

9/08/2019 at 12:29 PM

ନୀଳଗିରି ୯|୮: ନୀଳଗିରି ଏକ ଚୋରା କାଠ ବୋଝେଇ ପିକଅପ ଧକ୍କାରେ ବାଇକ୍ ଆରୋହୀ ମୃତ । ନୀଳଗିରିରୁ ବାଉଁଶବଣିଆ ପଟ ଦେଇ ଜୟପୁର ରାସ୍ତାରେ ଦ୍ରୁତଗତିରେ ଯାଉଥିବାବେଳେ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ପିକଅପ । ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟଲୋକେ ପିଛାକରି ଅଳସୁଆଁ ଗ୍ରାମ ନିକଟସ୍ଥ ବଡ଼ପୋଖରୀଠାରେ ଗାଡିକୁ ଅଟକାଇଥିଲେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। । ପରେ ଘଟଣାସ୍ଥଳରେ ନୀଳଗିରି ବନବିଭାଗ ଓ ଖନ୍ତାପଡା ପୋଲିସ ପହଂଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଆହତ ବାଇକ ଆରୋହୀଙ୍କୁ କ୍ଷତିପୂରଣ ଦେବା ପ୍ରତିଶ୍ରୁତି ଦେଇଥିଲେ ।

   Related Posts