ଆସିକା ଚିନିଶିଳ୍ପ ନିକଟରେ ଦଶ ଚକିଆ ଟ୍ରକ୍ ଧକ୍କାରେ ମହିଳା ମୃତ

Published By : Prameya-News7 Bureau | November 19, 2018 IST

ଆସିକା ୧୯|୧୧: ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ଚିନିଶିଳ୍ପ ଛକରେ ଦଶ ଚକିଆ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଭଞ୍ଜନଗର ନିକଟ ନାଟେଙ୍ଗା ଗ୍ରାମର ଗୀତା ଦାସ । ଆଜି କାର୍ତ୍ତିକ ମାସର ଶେଷ ସୋମବାର ଥିବାରୁ ମହିଳା ସମ୍ପର୍କୀୟ  ଭାଇଙ୍କ ଘରକୁ ଆସିଥିଲେ । ପୁଜାପାଠ ସାରି ପୁଣି ନିଜ ଗ୍ରାମ ନାଟେଙ୍ଗାକୁ ସାଇକେଲ ଦ୍ବାରା ନିଜ ସମ୍ପର୍କୀୟ ଭାଇଙ୍କ ସହିତ ଆସୁଥିବା ବେଳେ  ପଛପଟୁ ଟ୍ରକଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଗୀତା ଦାଶଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଡାକ ସ୍ବାଇଁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି  । କିଛିଦିନ ତଳେ ଅନୁରୂପ ଭାବେ ଟ୍ରକ୍ ଧକ୍କାରେ ଏହି ସ୍ଥାନରେ ବୁଗୁଡା ଗ୍ରାମର ଜଣେ ମହିଳାଙ୍କର ମୃତ ହୋଇଥିଲା । ଏହି ଦୁଇଟି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.