କଳାହାଣ୍ଡି ୨୦।୧୨: ପଥଚାରୀଙ୍କ ଉପରେ ମାଡ଼ିଗଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତାରେ ଚାଲି ଚାଲି ଯାଉଥିବା ୩ ଜଣ ପଥଚାରୀଙ୍କ ଉପରେ ପିକଅପ୍ ଭ୍ୟାନ୍ ମାଡିଯାଇଥିଲା । ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ କରୁଛି ।
You Can Read:
ରାସ୍ତାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍, ଗାଡ଼ିରୁ ଡେଇଁପଡ଼ିଲେ ଡ୍ରାଇଭର