ଟ୍ରକ୍-ବାଇକ୍ ମୁହାଁମୁହିଁ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | January 03, 2020 IST

ଯାଜପୁର ୩।୧: ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

{"id":206206,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାଜପୁର ବରୀ ଥାନା ବାଲିଆପାଳ ଛକ ନିକଟରେ ଆଖୁ ବୋଝେଇ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମବରଦା ଫାଣ୍ଡି ବନ୍ଧଢିହ ଗ୍ରାମର ଗୟାଧର ମଲିକଙ୍କ ପୁଅ ଚିନ୍ମୟ ମଲିକ (୨୨) । ସେ ଚେନ୍ନାଇରେ କାମ କରୁଥିବା ବେଳେ ନୂଆବର୍ଷ ପାଇଁ ଆଜି ଘରେ ପହଂଚିଥିଲେ। ତାଙ୍କ ସହ ବାଇକରେ ଯାଉଥିବା ବଣ୍ଟି ମଲିକ (୨୧) ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବାଇକଟି ଭାରସାମ୍ୟ ହରାଇ ଏକ ସାଇକେଲକୁ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଭଅଁରା ଗ୍ରାମର ସୋମନାଥ ପାଢୀ (୫୫) ମଧ୍ୟ ଆହତ ହୋଇଥିବା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.