ଅନଗୁଳରେ ଭାଲୁ ଆକ୍ରମଣରେ ଜଣେ ମୃତ, ୨ ଜଣ ଗୁରୁତର
29/09/2018 at 10:49 AM

ଅନଗୁଳ ୨୯|୯: ଅନଗୁଳ ଜିଲ୍ଲା ଆଠମଲ୍ଲିକରେ ଏବେ ବାଘୁଣୀ ସୁନ୍ଦରୀର ଆତଙ୍କ ପରେ ଏବେ ଭାଲୁ ଭୟ ଦେଖାଦେଇଛି । ଆଠମଲ୍ଲିକ ବନଖଣ୍ଡ ମଧପୁର ରେଞ୍ଜ ର ଭୁଇପଡା ଜଙ୍ଗଲ ଜଗିବାକୁ ଯାଇଥିବା ୪ ଜଣଙ୍କୁ ଭାଲୁ ହାବୁଡରେ ପଡିଥିଲେ । ଜଣେ ଭାଲୁକୁ ଦେଖି ଦଉଡି ପଳାଇ ଯାଇଥିଲେ । ତେବେ ୩ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା । ଗିରିଶ ମେହେର ନାମକ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ପ୍ରକାଶ ମହାକୁଡ଼, ସୁଦାମ ଜାଲ ଗୁରୁତର ହୋଇଛନ୍ତି । ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Related Posts
ଡିଭାଇଡ୍ରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023