ବ୍ରହ୍ମପୁର ୧୨|୬: ଗଂଜାମ କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଗାଁ ନିକଟରେ ଥିବା ଜେମାଦେଇ ମନ୍ଦିର ନିକଟରେ ଏକ ମିନି ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ପୋଲସରା ଥାନା ଅଂଚଳର ହର ପ୍ରସାଦ ପୋଲାଇ ବୋଲି ଜଣାପଡିଛି । ଆହତଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କବିସୂର୍ଯ୍ୟନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
୨୦୨୪ ମହାସଂଗ୍ରାମ; ଗଣତନ୍ତ୍ରର ମହାପର୍ବରେ ୩୫.୬୭ ଲକ୍...