ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପାଖନାମୁଣ୍ଡା ଗାଁରେ ହାତୀ ଉପଦ୍ରବ : ଜଣେ ମୃତ, ଜଣେ ଗୁରୁତର

25/01/2020 at 11:09 AM

କଣ୍ଟାବାଞ୍ଝି ୨୫।୦୧: ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ଥାନା ପଖନାମୁଣ୍ଡା ଗାଁର ଘଟିଛି ଘଟଣା । ମୃତକ ଲକ୍ଷ୍ମଣ ମାଝୀ ବୋଲି ଜଣାପଡିଛି ।  ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି ।

ଶୁକ୍ରବାର ରାତିରେ ଲକ୍ଷ୍ମଣ ପଖନମୁଣ୍ଡା ଗାଁ ନିକଟରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ । ଶୌଚ ହୋଇ ଫେରୁଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ବୃଦ୍ଧ ଲକ୍ଷ୍ମଣ । ଜଙ୍ଗଲୀ ହାତୀଟି ଲକ୍ଷ୍ମଣଙ୍କୁ କଚାଡି ଫୋପାଡି ଦେଇଥିଲା । ତେବେ ଲକ୍ଷ୍ମଣ ଗୁରୁତର ଅବସ୍ଥାରେ ଚିତ୍କାର କରିଥିଲେ । ପରିବାର ଲୋକଙ୍କ ଦ୍ବାରା ତାଙ୍କୁ କଣ୍ଟାବାଞ୍ଝି ମେଡିକାଲରେ ଭର୍ତ୍ତ କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

ସେହିପରି ପଖନମୁଣ୍ଡା ଗାଁର ଜଗତରାମ  ମାଝୀ ଘର ଦେଇ ହାତୀ ଯାଉଥିବା ସମୟରେ ରେ ଏତେ ରାତି କିଏ ବାହାରେ ଅଛି ବୋଲି ଘରୁ ବାହାରକୁ ଆସିଥିଲେ । କିନ୍ତୁ ହାତୀ ମଧ୍ୟ ଜଗତରାମଙ୍କୁ ଆକ୍ରମଣ କରିଥିଲେ । ଅଳ୍ପକେ ବର୍ତ୍ତିଯାଇଥିଲେ ଜଗତରାମ, ପରେ ତାଙ୍କୁ ଆହତ ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ବନ ବିଭାଗ ଗାଁକୁ ଯାଇ ତଦନ୍ତ କରି ଫେରିଛି । ନିୟମ ମୁତାବକ ଯାହା କ୍ଷତି ପୂରଣ ଦିଆଯିବ ଏବଂ ହାତୀକୁ ଘଉଡାଇବାର ଚେଷ୍ଟା ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts