ଡିଭାଇଡରରେ ପିଟିହୋଇ ରାସ୍ତାକଡ଼କୁ ଖସିପଡିଲା କାର୍ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | January 01, 2020 IST

ବାଲିପାଟଣା ୧।୧: ଜିରୋ ନାଇଟ୍ ରେ ଦୁର୍ଘଟଣା । ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର କୌଶଲ୍ୟାଗଙ୍ଗ ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ କାରଟି ରୋଡ୍ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

{"id":205362,"sizeSlug":"large"}

ଗୁରୁତରଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ପିପିଲିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା । ରାତି ପ୍ରାୟ ସାଢେ ୨ଟାରେ ଏହି ଦୁର୍ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.