ଟ୍ରକ୍କୁ ଧକ୍କା ଦେଲା ଟାଟା ସଫାରି ; ଜଣେ ମୃତ, ଜଣେ ଗୁରୁତର
11/07/2019 at 9:44 AM

କେନ୍ଦୁଝର ୧୧|୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଭାଲୁକୁମା ଛକ ନିକଟରେ ଦୁର୍ଘଟଣା ହୋଇଛି । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଟାଟା ସଫାରି ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ଘଷିପୁରା ଅଞ୍ଚଳର କାର୍ତ୍ତିକ ମହାଳିକ ।
ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳକୁ ଯାଇ ଦୁଇଟି ଯାକ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି ।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023