ଯୁବକଙ୍କୁ ହତ୍ୟା, ଅନ୍ୟ ସହଯୋଗୀ ଆହତ

Published By : Prameya-News7 Bureau | June 19, 2019 IST

ବ୍ରହ୍ମପୁର ୧୯|୬: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଇଚ୍ଛାପୁର ଗାଁର ସୁଶାନ୍ତ ନାୟକଙ୍କୁ ଗତକାଲି କୌଣସି କାର୍ଯ୍ୟରେ ଭୁବନେଶ୍ବର ଯାଇ ଫେରୁଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସୁଶାନ୍ତଙ୍କ ସମେତ ତାଙ୍କର ଚାରି ଜଣ ସାଥୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସୁଶାନ୍ତ ଏବଂ ତାଙ୍କର ଦୁଇ ଜଣ ସାଥୀଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

{"id":124697}

ମୃତ ସୁଶାନ୍ତ ପାଣ୍ଡିରିପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ । ସୁଶାନ୍ତ ଉକ୍ତ ଅଞ୍ଚଳରେ ବିଜେପି ଦଳର ଯୁବ ନେତା ଭାବେ ବେଶ୍ ପରିଚିତ ଥିଲେ। ଗାଁରେ କାଜୁ ବ୍ୟବସାୟ କରିବାକୁ ସୁଶାନ୍ତ ପ୍ରୟାସ କରୁଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ପରିବାରବର୍ଗ କହିଛନ୍ତି । ବ୍ୟବସାୟକୁ କେନ୍ଦ୍ରକରି ହତ୍ୟା କରାଯାଇଛି ନା ରାଜନୈତିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ସେ ନେଇ ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.