ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ୍ ; ଜଣେ ମୃତ, ୫ ଗୁରୁତର

Published By : Prameya-News7 Bureau | February 06, 2019 IST

ନୂଆପଡା ୬|୨: ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି । ମୃତକ ଉପରପିଟା ଗାଁ ର ଅଭିକାନ୍ତ ନାଏକ । ରାତିରେ ଦାଦନ ଚୋରା ଚାଲାଣ ବେଳେ ଖଡିଆଳ ଥାନା ଜୁନାନି ପାଖରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆନ୍ଧ୍ରକୁ ଇଟା ତିଆରି କାମରେ ଯିବା ପାଇଁ ସ୍ଥାନୀୟ ଏକ ଦାଦନ ସର୍ଦ୍ଦାରଙ୍କ ଠାରୁ ଅଗ୍ରିମ ଟଙ୍କା ନେଇଥିଲେ ଉପରପିଟାର କିଛି ଲୋକ । ଗତକାଲି ରାତିରେ କଣ୍ଟାବାଞ୍ଜି ଅଭିମୁଖେ ଏକ ୪୦୭ ମିନି ଟ୍ରକରେ ଯାଉଥିଲେ । ସେଠାରୁ ଟ୍ରେନ୍ ଯୋଗେ ଆନ୍ଧ୍ର ଯିବାର ଥିଲା । ହେଲେ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଖଡିଆଳ-କଣ୍ଟାବାଞ୍ଜି ରାସ୍ତା ଜୁନାନି ପାଖରେ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଗାଡିରେ ୨୫ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ବସିଥିବା ବେଳେ ପାଖାପାଖି ୭ ରୁ ଉର୍ଦ୍ଧ୍ବ ଶିଶୁ ଥିଲେ । ସମସ୍ତେ ଉପରପିଟା ଗାଁର ବୋଲି ଜଣାପଡିଛି । ଦୁର୍ଘଟଣାରେ ୧୩ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୪ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଶିଶୁମାନେ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଖଡିଆଳ ପୋଲିସ ପହଞ୍ଚି ଅଧିକ ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.