ପୋଲିସର ଦକ୍ଷତା ମାପିବେ ସାଧାରଣ ଲୋକେ, ଅଭିଯୋଗକାରୀଙ୍କ ପାଖକୁ ରାଜ୍ୟ ପୋଲିସ କଲ୍‌ସେଣ୍ଟରରୁ ଏକ କଲ୍ ଆସିବ

Published By : Prameya-News7 Bureau | August 30, 2019 IST

ଭୁବନେଶ୍ବର ୩୦|୮: ପୋଲିସର ଦକ୍ଷତା ମାପିବେ ସାଧାରଣ ଲୋକେ । ଥାନାରେ ପୋଲିସର ଅଭିଯୋଗକାରୀଙ୍କୁ ବ୍ୟବହାର କିଭଳି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ବି ଦେବେ ଅଭିଯୋଗକାରୀ । ପୋଲିସ ଡିଜି ବି .କେ ଶର୍ମା ଏହି ସୂଚନା ଦେଇଛନ୍ତି ।

{"id":150822}

ପୋଲିସର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ପୋଲିସ କଲ ସେଣ୍ଟରୁ ଏକ କଲ ଆସିବ ।  ଏଥିରେ  ଅଭିଯୋଗକାରୀଙ୍କୁ ପୋଲିସର ଥାନାରେ ବ୍ୟବହାର, ଦକ୍ଷତା ଓ ତଦନ୍ତର ଦିଗକୁ ନେଇ ୫ଟି ପ୍ରଶ୍ନ ପଚାରାଯିବ । ପ୍ରତି ପ୍ରଶ୍ନରେ ୧ ରୁ ୫ ମାର୍କ ଦେବେ ଅଭିଯୋଗକାରୀ । ଆଉ ଏହା ହିଁ ଥାନା ବାବୁଙ୍କ ଦକ୍ଷତା ମାପିବ ।

{"id":150823}

ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମକୁ ପୋଲିସ ବିଭାଗରେ ଲାଗୁ କରିବାକୁ ରାଜ୍ୟ ପୋଲିସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ ଡିଜି ଏହି ସୂଚନା ଦେଇଛନ୍ତି । ଏହାସହ ଏଣିକି ଅନ୍ ଲାଇନରେ ଏତଲା ଦାଖଲ କରିପାରିବେ ଅଭିଯୋଗକାରୀ । ଆଜି 'ମୋ ସରକାର'କୁ ନେଇ ରାଜ୍ୟ ପୋଲିସର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

{"id":150824}

ଡିଜିପିଙ୍କ କ୍ୟାମ୍ପ ଅଫିସରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଡିଜିପିଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଶିକ୍ଷଣରେ ଥାନାରେ ଲୋକଙ୍କୁ ଆଚାର ବ୍ୟବହାର ସହ ୮ଟି ଦିଗ ଉପରେ ଗୁରୁତ୍ବ ଦିଆଯାଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.