ଡକାୟତକୁ ଗିରଫ କଲା ବ୍ରହ୍ମପୁର ଟାଉନ ପୋଲିସ ; ସୁନା ଓ ରୂପା ଅଳଙ୍କାର ଜବତ

Published By : Prameya-News7 Bureau | December 04, 2018 IST

ବ୍ରହ୍ମପୁର ୦୪|୧୨: ବ୍ରହ୍ମପୁର ଟାଉନ ପୋଲିସ ଦ୍ବାରା ଜଣେ ଡକାୟତ ଗିରଫ ହୋଇଛି । ଗିରଫ ଡକାୟତ ହେଲେ ବ୍ରହ୍ମପୁରର କାଳିଆ ସେଠୀ ।  କାଳିଆ ନିକଟରୁ ୪୮ଗ୍ରାମ୍ ସୁନା ଅଳଙ୍କାର ଏବଂ  ୪୭୧ ଗ୍ରାମ୍ ରୂପା ଅଳଙ୍କାର ଜବତ କରିଛି ପୋଲିସ । ଅକ୍ଟୋବର ମାସ ୨୭ ତାରିଖ ଧର୍ମନଗର ପ୍ରଥମ ଲାଇନ୍ ରେ ରାଜେନ୍ଦ୍ର ପାଢୀଙ୍କ ଘରୁ ୧୫ରୁ ୨୦ଭରି ସୁନା, ଦେଢ କିଲୋ ରୁପା ଅଳଙ୍କାର ସହ ପାଖାପାଖି ନଗଦ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.