ମହୁମାଛି ଆକ୍ରମଣରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 08, 2021 IST

ଆନନ୍ଦପୁର ୮।୧୧: କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଆଡ଼ହୁରିଆ ଗାଁର ଶ୍ୟାମସୁନ୍ଦର ନାଥ ବାଇକ୍ ଯୋଗେ ଆନନ୍ଦପୁର ଆସୁଥିବା ସମୟରେ ବଞ୍ଚୋ ନଦୀବନ୍ଧ ଉପରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ମହୁମାଛି ଆକ୍ରମଣରେ ବ୍ୟକ୍ତି ଜଣଙ୍କ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତି ଜଣଙ୍କ ମହୁମାଛି ଆକ୍ରମଣର ଶିକାର ହେବା ପରେ ଅଚେତ ହୋଇପଡିଥିଲେ । ସେହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.