scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚଣ୍ଡିଖୋଲ ବଡଚଣାରେ ଟ୍ରକ୍ କୁ ଧକ୍କା ଦେଲା ବସ୍ ; ଜଣେ ଗୁରୁତର, ୪ଜଣ ଆହତ

13/10/2018 at 10:13 AM

ଯାଜପୁର ୧୩|୧୦: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବଡଚଣାରେ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ କୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଫଳରେ ଜଣେ ଗୁରୁତର ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଟାଟାରୁ ଭୁବନେଶ୍ବର ଆସୁଥିବା ‘ଡଲଫିନ’ ନାମକ ବସଟି ବଡଚଣା ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପେଟ୍ରୋଲ ପମ୍ପରେ ତେଲ ପକାଇ ରାସ୍ତାକୁ ଉଠୁଥିବା ବେଳେ ବସ୍ ଟି ଟ୍ରକ୍ କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ୍ ରେ ଥିବା ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗୁରୁତରକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ୪ ଜଣ ଆହତ ଚିକିତ୍ସିତ ହୋଇ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି ।

   Related Posts