ଚଣ୍ଡିଖୋଲ ବଡଚଣାରେ ଟ୍ରକ୍କୁ ଧକ୍କା ଦେଲା ବସ୍ ; ଜଣେ ଗୁରୁତର, ୪ଜଣ ଆହତ
13/10/2018 at 10:14 AM

ଯାଜପୁର ୧୩|୧୦: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବଡଚଣାରେ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍କୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଫଳରେ ଜଣେ ଗୁରୁତର ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଟାଟାରୁ ଭୁବନେଶ୍ବର ଆସୁଥିବା ‘ଡଲଫିନ’ ନାମକ ବସ୍ଟି ବଡଚଣା ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପେଟ୍ରୋଲ ପମ୍ପ୍ରେ ତେଲ ପକାଇ ରାସ୍ତାକୁ ଉଠୁଥିବା ବେଳେ ବସ୍ଟି ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସ୍ରେ ଥିବା ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଅନ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗୁରୁତରକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ୪ ଜଣ ଆହତ ଚିକିତ୍ସିତ ହୋଇ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023