scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋଟିଏ ଦେଶ ଗୋଟିଏ ନିର୍ବାଚନ କମିଟି ପାଇଁ ବିଜ୍ଞପ୍ତି ଜାରି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ ଅଧ୍ୟକ୍ଷ

2/09/2023 at 6:52 PM

one-nation-one-election-committee

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟେ ନିର୍ବାଚନ ନିୟମ ଲାଗୁ କରିବାକୁ ସମ୍ପୂର୍ଣ୍ଣ ଉଦ୍ୟମରେ ଲାଗିପଡ଼ିଛନ୍ତି। ଏଥିପାଇଁ ଆଜି(ସେପ୍ଟେମ୍ବର ୨) କେନ୍ଦ୍ର ସରକାର ଏକ କମିଟି ଗଠନ କରିବା ସହ ଏନେଇ  ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ  ୮ ଜଣିଆ ସଂସଦୀୟ କମିଟି ଗଠନ କରାଯାଇଛି।

କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ  ହୋଇଥିବା ବେଳେ ସଦସ୍ୟମାନେ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା  କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ସୁଭାଷ ସିଂ କାଶ୍ୟପ, ହରିଶ ସାଲଭେ ଏବଂ ସଞ୍ଜୟ କଠୋରୀ।। କମିଟିର କାର୍ଯ୍ୟ ନେଇ ସ୍ପଷ୍ଟ ସୂଚନା ମଳି ନଥିବା ବେଳେ ଯଥାଶୀଘ୍ର ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି।

କମିଟିର ନାମ ଉଚ୍ଚ ସ୍ତରୀୟ କମିଟି ରହିବି। ଯାହାକୁ ଇଂରାଜୀରେ HLC କୁହାଯିବ। ସଚିବ, ଆଇନ ଏବଂ ନ୍ୟାୟ ବିଭାଗର ସଚିବନ ନିତେନ ଚନ୍ଦ୍ର କମିଟର ଅଂଶ ରହିବେ। ନିତେନ ଚନ୍ଦ୍ର ମଧ୍ୟ ଏଚ୍‌ଏଲ୍‌ସିର ସଚିବ ହେବେ।

ଏହା ବ୍ୟତୀତ କମିଟି ବୈଠକରେ କେନ୍ଦ୍ର ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗଦେବେ। ଦେଶରେ ଲୋକସଭା ଓ ପ୍ରତ୍ୟୋକ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ କରାଇବାକୁ ଗୋଟିଏ ଦେଶ ଗୋଟି ନିର୍ବାଚନ ନିୟମ ଅଣାଯାଇଛି।

ଏହି ନିୟମ ଲାଗୁ କରିବା କ୍ଷେତ୍ରରେ ସରକାରଙ୍କ ଯୁକ୍ତି ହେଲା ଏଥିରେ ଖର୍ଚ୍ଚ କମ୍ ହେବା ସହିତ ସେବା କ୍ଷେତ୍ରରେ ବିନିଯୋଗ ବି କମ୍ ହେବ। ସେହିପରି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କ ବିକାଶମୁଳକ କାମର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବିରୋଧୀଙ୍କ କହିବା କଥା ହେଲା ଯେ ଏପରି ହେଲେ ଏକଛତ୍ରବାଦ ବଢ଼ିବ। ଭୋଟର ନିଷ୍ପତ୍ତି ପ୍ରଭାବିତ ହୋଇପାରେ।

କେଉଁ କାମ କରିବା କମିଟି ?

କମିଟି ଲୋକସଭା, ବିଧାନସଭା ସଭା, ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନ ଏକା ସାଙ୍ଗରେ କରାଇବାର ସମ୍ଭାବନା ଉପରେ ବିଚାର କରିବା ସହ ସୁପାରିଶ କରିବ। ସମ୍ବିଧାନ ସଂଶୋଧନ ପାଇଁ ରାଜ୍ୟଗୁଡ଼ିକର ଅନୁମୋଦନ ଆବଶ୍ୟକ ହେବ କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିବ। କମିଟି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବ ଏବଂ ଯଥାଶୀଘ୍ର ସୁପାରିଶ କରିବ।  

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଉପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ‘ବର୍ତ୍ତମାନ ଗୋଟିଏ କମିଟି ଗଠନ କରାଯାଇଛି। କମିଟିର ଏକ ରିପୋର୍ଟ ଆସିବ ଯାହା ଉପରେ ଆଲୋଚନା ହେବ। ସଂସଦ ପରିପକ୍ୱ ଏବଂ ସେଠାରେ ଆଲୋଚନା ହେବ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭାରତକୁ ଗଣତନ୍ତ୍ରର ମାତା କୁହାଯାଏ। ବିକାଶ ହୋଇଛି। ମୁଁ ସଂସଦର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ବିଷୟରେ ଆଲୋଚନା କରିବି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, ୧୯୫୧-୧୯୫୨ ଲୋକସଭା ନିର୍ବାଚନରେ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୯ ଲୋକସଭା ନିର୍ବାଚନରେ ​​ବିପୁଳ ପରିମାଣର ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ସମ୍ବଳ ସଞ୍ଚୟ ହେବା ସହ ବିକାଶର ଗତି ମନ୍ଥର ହେବ ନାହିଁ।

‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ର ସମର୍ଥନ ପଛରେ ଏକ ଯୁକ୍ତି ମଧ୍ୟ ରହିଛି ଯେ ଭାରତ ପରି ଏକ ବିଶାଳ ଦେଶରେ ପ୍ରତିବର୍ଷ କେଉଁଠି ନା କେଉଁଠି ନିର୍ବାଚନ  ହୋଇଥାଏ। ଏହି ନିର୍ବାଚନର ଆୟୋଜନ ପାଇଁ ରାଜ୍ୟ ପୂରା ବଳ ଓ ସମ୍ବଳ ଲାଗିଥାଏ। କିନ୍ତୁ ଏହି ବିଲ୍ କାର୍ଯ୍ୟକାରୀ ହେବା ଦ୍ୱାରା ବାରମ୍ବାର ନିର୍ବାଚନ ପ୍ରସ୍ତୁତିରୁ ମୁକ୍ତି ମିଳିବ। ସମଗ୍ର ଦେଶରେ ନିର୍ବାଚନ ପାଇଁ କେବଳ ଗୋଟିଏ ଭୋଟର ତାଲିକା ରହିବ। ଯେଉଁଥିପାଇଁ ସରକାରଙ୍କ ବିକାଶ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

   Related Posts