ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଜଣେ ଆକ୍ରାନ୍ତଙ୍କଠୁ ୨୦ ମିନିଟରେ ୪ଜଣଙ୍କୁ ସଂକ୍ରମିତ କଲା କରୋନା ଭାଇରସ, ଭୟାନକ ତଥ୍ୟ ଦେଲେ ଜିଲ୍ଲାପାଳ

28/03/2020 at 11:29 AM

କସାରାଗୋଡ, ୨୮|୦୩: ଭାରତରେ କେରଳ ଓ ମହାରାଷ୍ଟ୍ରରେ କରୋନା ଭାଇରସ ଅଧିକ ଆତଙ୍କ ସୃଷ୍ଟି କରିଛି । କେରଳର କସାରାଗୋଡ ଜିଲ୍ଲାରେ କରୋନାର ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି । ବୁଧବାର କସାରାଗୋଡ ଜିଲ୍ଲାପାଳ ଡି ସଞ୍ଜିତ ବାବୁ କରୋନା ଭାଇରସ କେତେ ଭୟାନକ ସେନେଇ ସୂଚନା ଦେଇଛନ୍ତି । କୋଭିଡ-୧୯ ଭାଇରସ ଜଣେ ସଂକ୍ରମିତଙ୍କ ଠାରୁ ୨୦ ମିନିଟ ମଧ୍ୟରେ ୪ ଜଣଙ୍କୁ ସଂକ୍ରମଣ କରିଥାଏ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଜିଲ୍ଲାର ଦ୍ୱିତୀୟ କରୋନା ସଂକ୍ରମିତ ଦୁବାଇରୁ ଫେରିଥିଲେ । ମାର୍ଚ୍ଚ ୧୬ରେ ସେ କରୋନା ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା । ସେ ସ୍ୱାବ ପରୀକ୍ଷା ପରେ ଘରେ ଆଇସୋଲେସନରେ ରହିଥିଲେ । ତାଙ୍କର ପଜିଟିଭ ରିପୋର୍ଟ ଆସିବାର ୨୦ ମିନିଟ ପୂର୍ବରୁ ତାଙ୍କ ପତ୍ନୀ ଓ ଶିଶୁଙ୍କୁ ସେ ଭେଟିଥିଲେ । ତାଙ୍କୁ ବିମାନବନ୍ଦରରୁ ଘରେ ଛାଡିଥିବା ଜଣେ ବନ୍ଧୁ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଁଚିଛି । ଏଥିରୁ ଦ୍ୱିତୀୟ ସଂକ୍ରମିତଜଣଙ୍କ ୪ଜଣଙ୍କୁ ସଂକ୍ରମିତ କରିଥିବା ସ୍ପଷ୍ଟ ହୋଇଛି । ସମସ୍ତ ସଂକ୍ରମିତଙ୍କୁ ଜିଲ୍ଲାର ଆଇସୋଲେସନ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି ।

ସେହିପରି ଜିଲ୍ଲାର ତୃତୀୟ କରୋନା ସଂକ୍ରମିତ ଦୁବାଇରୁ ଫେରିବା ପରେ ୧୦୦୦ରୁ ଅଧିକଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ବିଭିନ୍ନ ଉତ୍ସବ, ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୭ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ଏହି ଜିଲ୍ଲାକୁ ମାର୍ଚ୍ଚ ୨୧ରୁ ଲକଡାଉନ କରାଯାଇଥିବା ବେଳେ କେରଳର ସର୍ବାଧିକ ସଂକ୍ରମିତ ଏହି ଜିଲ୍ଲାରେ ରହିଛନ୍ତି ।

   Related Posts