ଦିଲ୍ଲୀରେ ଶ୍ରଦ୍ଧା ପରି ଆଉ ଏକ ହତ୍ୟାକାଣ୍ଡ, ମାଆ-ପୁଅ ମିଶି ବାପାକୁ କଲେ ୧୦ ଖଣ୍ଡ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ଚର୍ଚ୍ଚା ନଥମୁଣୁ ଆଉ ଏକ ହୃଦୟ ବିଦାରକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମାତ୍ର ଏଥର ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଣେ ଯୁବକ। ମାମଲାରେ ପୋଲିସ ଅଭିଯୁକ୍ତ ମାଆ ଏବଂ ପୁଅକୁ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ବି ହତ୍ୟା ପରେ ଶବକୁ ୧୦ ଖଣ୍ଡ କରି ଫ୍ରିଜରେ ରଖାଯାଇଥିଲା। ପରେ ଗୋଟିଏ ଗୋଟିଏ କରି ଶବର ଖଣ୍ଡଗୁଡିକୁ ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗା ଯାଇଥିଲା।

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ପୂର୍ବ ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି। ଘଟଣାରେ ମହିଳା ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପତ୍ନୀ ପୁନମ ଏବଂ ପୁଅ ଦୀପକ। ମୃତକଙ୍କ ନାମ ଅଞ୍ଜନ ଦାସ। ସ୍ଵାମୀ ଅଞ୍ଜନ ଦାସ ଅବୈଧ ସଂପର୍କ ରଖୁଥିଲା ବୋଲି ପୁନମ ସନ୍ଦେହ କରୁଥିଲେ।

ଅବୈଧ ସଂପର୍କ ସନ୍ଦେହରେ ଅଞ୍ଜନ ଦାସଙ୍କୁ ନିଶା ବଟିକା ଖୁଆଇ ପରେ ହତ୍ୟା କରାଯାଇଥିଲା। ଏହି ବର୍ବର ହତ୍ୟାକାଣ୍ଡକୁ ମାଆ ଏବଂ ପୁଅ ମିଶି ମେ ୩୦ରେ ଘଟାଇଥିଲେ। ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ସେହି ଫ୍ରିଜକୁ ଜବତ କରିଛି।

{"id":714641,"sizeSlug":"full","linkDestination":"none"}

ପାଣ୍ଡନ ନଗରରେ ରହୁଥିବା ଅଞ୍ଜନ ଦାସଙ୍କ ହତ୍ୟା ପରେ ଶବକୁ ୧୦ ଖଣ୍ଡ କରି ଫ୍ରିଜରେ ଲୁଚାଇ ରଖାଯାଇଥିଲା। ଏହା ପରେ ପ୍ରତିଦିନ ଶବ ଖଣ୍ଡକୁ ପାଣ୍ଡବ ନଗର ଏବଂ ପୂର୍ବ ଦିଲ୍ଲୀର ଅଲଗା ଅଲଗା ଜାଗାରେ ଫିଙ୍ଗା ଯାଇଥିଲା।

ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ୨୦୨୨ ଜୁନ ୫ରେ ପେଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀ ପାଣ୍ଡବ ନଗରର ୨୦ ବ୍ଲକ୍ କଲ୍ୟାଣପୁରୀ ସାମ୍ନା ରାମଲୀଲା ମଇଦାନରେ ବୁଦା ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ପାଣ୍ଡବ ନଗର ଥାନାକୁ ତୁରନ୍ତ ଏହାର ସୂଚନା ଦିଆଯାଇଥିଲା। ପୋଲିସ ଏବଂ ଏସଏଚଓ ଷ୍ଟାଫଙ୍କ ଘଟଣାସ୍ଥଳରେ ପହଞ୍ଚି ତଲାସି ନେବା ପରେ ମାନବ ଅଙ୍ଗରେ ଭର୍ତ୍ତି ଏକ ବ୍ୟାଗ୍ ମିଳିଥିଲା। ପରେ କ୍ରାଇମ ବ୍ରାଞ୍ଚ ଦଳ ଏବଂ ଏଫଏସଏଲ ଦଳକୁ ଡକାଇ ଘଟଣାସ୍ଥଳର ଛାନଭିନ କରିଥିଲେ।

ପାଣ୍ଡବ ନଗର ଥାନା ଆଇପିସିର ଧାରା ୩୦୨ ଏବଂ ୨୦୧ ଆଧାରରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ କରୁଥିଲା। ପୋଲିସ ମୃତଦେହର ଅଙ୍ଗଗୁଡିକୁ ଏଲବିଏସ ହସ୍ପିଟାଲ୍‌ର ଶବଗୃହରେ ରଖି ମୃତକଙ୍କ ଚିହ୍ନଟ ପାଇଁ ଉଦ୍ୟମ ଚଳାଇଥିଲା। ଆଉ ଆଜି ପୋଲିସ ମାମଲା ଉପରୁ ପରଦା ହଟାଇବାରେ ସଫଳ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.