Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁର ହିଂସା; ବିଦ୍ରୋହୀଙ୍କ ଗୁଳିରେ BSF ଯବାନ ସହିଦ, ୨ଜଣ ଆହତ

6/06/2023 at 2:07 PM

ଇମ୍ଫାଲ: ମଣିପୁରରେ ଉଗ୍ରବାଦୀଙ୍କ ଗୁଳିରେ ଜଣେ ବିଏସଏଫ ଯବାନ ସହିଦ । ସେହିପରି ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ଇମ୍ଫାଲର ସେରୋ ଅଞ୍ଚଳରେ ବିଦ୍ରୋହୀ ଓ ଭାରତୀୟ ସେନା ମଧ୍ୟରେ ଗୁଳି ବିନିୟମ ହୋଇଥିଲା । ସଂଘର୍ଷ ବେଳେ ସୀମା ସୁରକ୍ଷାବଳର ଜଣେ ଯବାନଙ୍କ ଉପରେ ଗୁଳି ବାଜିବାରୁ ସେ ସହିଦ ହୋଇଛନ୍ତି । ସେହିପରି ଆସାମ ରାଇଫଲ୍‌ର ୨ ଜଣ ଯବାନ ଗୁରୁତର ହୋଇଛନ୍ତି । ଏହି ଘଟଣା ଜୁନ୍ ୫ ଓ ୬ ତାରିଖ ରାତିରେ ଘଟିଛି ।

ଭାରତୀୟ ସେନାର ସ୍ପିୟର କୋର୍‌ର ବୟାନ ଅନୁଯାୟୀ, ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତୀୟ ସେନାର ଯବାନ ମୁତୟନ ହୋଇଛନ୍ତି । ତେବେ ଜୁନ୍ ୫ ଓ ୬ ତାରିଖ ରାତିରେ ସେନା ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସର୍ଚ୍ଚ ଅପରେସନ ଜାରି ରିଖିଥିଲା । ଏହି ସମୟରେ ଯବାନ ଓ ଉଦ୍ରବାଦୀ ମୁହାଁମୁହିଁ ହୋଇଥିଲେ । ବିଦ୍ରୋହୀମାନେ ସୋରୋ ଅଞ୍ଚଳରେ ରହି ରହି ଗୁଳିମାଡ଼ି କରିଥିଲେ । ସଂର୍ଘଷ ବେଳେ ଗୁରୁତର ଆହତ ହୋଇଥିଲେ ବିଏସଏଫ ଯବାନ । ଏହା ସହିତ ଅନ୍ୟ ଦୁଇ ଆର୍ମି ପର୍ସନାଲ୍ ମଧ୍ୟ ଆହତ ହୋଇଥିଲେ । ସେମାନଙ୍କୁ ବିମାନ ଯୋଗେ ମନ୍ତ୍ରୀପୁଖରୀଙ୍କୁ ନିଆଯାଇଛି । ସେଠାରେ ବିଏସଏଫ ଯବାନ ପ୍ରାଣ ହରାଇଛନ୍ତି ।  

ମେ’ ୩ ତାରିଖରେ ମଣିପୁରରେ ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିୟନ, ମଣିପୁର ଏଟିଏସୟୁଏମ, ମେଈତି ସମୁଦାୟକୁ ଅନୁସୂଚିତ ଜାତିରେ ସାମିଲ କରିବାକୁ ଦାବିକୁ ବିରୋଧ କରିଥିଲେ । ଯାହାକୁ ନେଇ ମୈଈତି ସମାଜ ଓ କୁକି ସମୁଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ତେବେ ଏଯାଏଁ ଏହି ହିଂସା ଜାରି ରହିଛି।

ପୂରା ରାଜ୍ୟରେ ହିଂସା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିଛନ୍ତି । ରାଜ୍ୟରେ ଶାନ୍ତି ଫେରାଇ ଆସିବା ପାଇଁ ସେନା ଏବଂ ଆସାମ ରାଇଫଲ ପୋଲିସ ଫୋର୍ସର ପ୍ରାୟ ୧୦ ହଜାର ଯବାନ ମୁତୟନ ହୋଇଛନ୍ତି ।  

   Related Posts