ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ : ନାଟ ମଣ୍ଡପକୁ ଚଢ଼ିବାକୁ ଉଦ୍ୟମ, ଯୁବକ ଅଟକ
16/05/2022 at 2:36 PM

ପୁରୀ ୧୬।୦୫: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମ ବଙ୍ଗ ଅଞ୍ଚଳର ରାକେଶ ହାଜରା।
ଖବର ଅନୁଯାୟୀ, ସୋମବାର ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର ଦେଇ ନାଟ ମଣ୍ଡପରେ ଚଢୁଥିବା ବେଳେ ତାଙ୍କୁ ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଥିଲେ। କେଉଁ କାରଣରୁ ଯୁବକ ଜଣକ ନାଟମଣ୍ଡପ ଉପରେ ଚଢୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା, ସିଂହଦ୍ଵାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିବା ଘଟଣା ଓ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।
Related Posts
ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଗୁରୁତର
5 July 2022