ରାଉରକେଲାରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ
5/06/2019 at 8:01 AM

ରାଉରକେଲା ୫|୬: ରାଉରକେଲାରୁ ବ୍ରାଉନ୍ସୁଗାର ଜବତ ହୋଇଛି । ବ୍ରାଉନଗୁଗାର ସହ ଜଣଙ୍କୁ ଗିରଫ କରିଛି ରାଉରକେଲା ଆରପିଏଫ । କୋଲକାତାରୁ ରାଉରକେଲା ଆସୁଥିବା ବେଳେ ଗୀତାଂଜଳି ଏକ୍ସପ୍ରେସରୁ ଗିରଫ କଲା ଆରପିଏଫ । ଗିରଫ ବ୍ୟକ୍ତି ରାଉରକେଲା ପ୍ଲାଂଟ ସାଇଟ୍ ଥାନା ଅଚଂଳର ବୋଲି ଜଣାପଡିଛି । ଗିରଫ ବ୍ୟକ୍ତିଙ୍କଠାରୁ ସାଢ଼େ ତିନି ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗିରଫ ବ୍ୟକ୍ତି ପୂର୍ବରୁ ବ୍ରାଉନସୁଗାର ବ୍ୟବସାୟରେ ସାମିଲ ଅଛନ୍ତି । ବ୍ରାଉନ ସୁଗାର ବ୍ୟବସାୟୀ ପଛର ବଡ଼ ର୍ୟାକେଟ୍ ଥିବା ସନ୍ଦେହ କରାଯାଉଛି । ଏହି ର୍ୟାକେଟ୍ କଲିକତାରୁ ବ୍ରାଉନସୁଗାର ଆଣି ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଟିଟିଲାଗଡ ଅଚଂଳକୁ ଚାଲାଣ କରୁଛନ୍ତି । ର୍ୟାକେଟକୁ ଧରିବା ପାଇଁ ପୋଲିର ଛାନଭିନ ଚଳାଇଛି ।

ଦୁଇ ଦିନ ତଳେ ଅର୍ଥାତ ଗତ ୩ତାରିଖରେ କଲିକତାରୁ ରାଉରକେଲା ଗୀତାଜଂଳୀ ଏକ୍ସପ୍ରେସରେ ଗିରଫ ବ୍ୟକ୍ତି ବ୍ରାଉନ ସୁଗର ଆଣୁଥିବାର ଖବର ପାଇଥିଲା ଆରପିଏଫ । ଖବର ପାଇଁ ଝାଡ଼ଖଣ୍ଡର ଚକ୍ରଧରପୁର ଷ୍ଟେସନରୁ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲା ଆରପିଏଫ । ରାତି ପ୍ରାୟ ସାଢ଼େ ନଟାରେ ରାଉରକେଲାରେ ଟ୍ରେନ ପହଚିଂଥିଲା ବ୍ୟକ୍ତି ଟ୍ରେନରୁ ଓଲ୍ଲାଇବା ସମୟରେ କାବୁ କରିନେଇଥିଲା ଆରପିଏଫ । ଆରପିଏଫ ପାଖରେ ଖବର ଥିଲା ଯେ ଲକ୍ଷାଧିକ ଟଙ୍କାର ଆସୁଛି ବ୍ରାଉନ ସୁଗାର । କିନ୍ତୁ ମିଳିଳା ମାତ୍ର ସାଢ଼େ ତିନି ଗ୍ରାମ ବାଉନ ସୁଗାର । ଆଜି ଆରପିଏଫ ଗିରଫ ଯୁବକକୁ ରାଉରକେଲା ରେଳବାଇ ପୋଲିସକୁର ହସ୍ତାନ୍ତର କରିବ। ହସ୍ତାନ୍ତର କରିବା ପରେ ଗିରଫ ବ୍ୟକ୍ତିକୁ କରାଯିବ କୋର୍ଟ ଚାଲାଣ ।