ଆଠଗଡ ୭।୬: କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଅଞ୍ଚଳ ରେଞ୍ଜ ବାଲି କିଆରୀରୁ ବାରହା ମାଂସ ଜବତ କରିଛି ବନ ବିଭାଗ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ପଶ୍ଚିମାଞ୍ଚଳ ରେଞ୍ଜର ଅଶୋକ କୁମାର ବେହେରା କର୍ମଚାରୀଙ୍କ ସହ ସତ୍ୟ ଦେହୁରୀଙ୍କଠାରୁ ରନ୍ଧା ହୋଇଥିବା ବାରହା ମାଂସ ଜବତ କରିବା ସହ ସତ୍ୟକୁ ଗିରଫ କରିଛି ବନବିଭାଗ ।
ସୂଚନାଯୋଗ୍ୟ ଯେ କୋଭିଡ଼୍ ସମୟରେ ଅପରାଧୀଙ୍କୁ ଜେଲ୍ ପଠା ଯାଉ ନଥିବାରୁ ଅପରାଧୀଙ୍କୁ ସୁହାଉଛି ବନ୍ୟପ୍ରାଣୀମାନଙ୍କୁ ଶିକାର କରିବା ପାଇଁ । ଗତ କିଛିଦିନ ତଳେ ସତ୍ୟକୁ ମଧ୍ୟ ଅନୁରୂପ ଭାବେ ଗିରଫ କରିଥିଲେ ବନ କର୍ମଚାରୀ କିନ୍ତୁ ଏମାନେ ଅଭ୍ୟାସ ଗତ ଭାବରେ ଜଙ୍ଗଲରୁ ଦୁଇ ଥର ଧରି ବନ୍ୟପ୍ରାଣୀ ମାନଙ୍କୁ ଶିକାର କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଉଛି ବନ ବିଭାଗ ସହ କର୍ମଚାରୀ ମାନଙ୍କର । ସରକାର ତୁରନ୍ତ ଏ ଦିଗରେ ଯତ୍ନବାନ ହେବାକୁ ଦାବିକରିଛନ୍ତି ବନ୍ୟପ୍ରାଣୀବିତ୍।