ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା : ଅଭିଯୁକ୍ତ ସଞ୍ଜୟ ବାରିକ ଗିରଫ

30/10/2019 at 8:41 AM

ବ୍ରହ୍ମପୁର ୩୦।୧୦: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗିପୁର ଗାଁରେ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ସଞ୍ଜୟ ବାରିକ ଗିରଫ ହୋଇଛି । ସଞ୍ଜୟକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଛତ୍ରପୁର ଥାନା ଅଧିକାରୀ।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ରାତିରେ ସୁଶାନ୍ତ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଥିଲା । ଗୁଳିମାଡ ଫଳରେ ବ୍ୟବସାୟୀ ସୁଶାନ୍ତ ପାତ୍ର ଆହତ ହୋଇଥିଲେ । ତାଙ୍କ ଅଣ୍ଟାରେ ଗୁଳି ବାଜିଥିଲା । ସାମାନ୍ୟ କଥାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା । ସଞ୍ଜୟ ବାରିକ ନାମକ ଜଣେ ଯୁବକ ସୁଶାନ୍ତଙ୍କ ଦୋକାନକୁ ଆସି କିଛି ଜିନିଷ ମାଗିଥିଲା । ସୁଶାନ୍ତ ସେତେବେଳେ ଦୋକାନରେ ଅନୁପସ୍ଥିତ ଥିଲେ । ସୁଶାନ୍ତଙ୍କ ପୁଅଙ୍କୁ ସେ ଜିନିଷ ମାଗିବାରୁ ସେ ତାର ମା’ଙ୍କୁ ଡାକିଥିଲେ । କୌଣସି କାରଣରୁ ଯୁବକ ଜଣଙ୍କ ତାଙ୍କ ମା’ଙ୍କୁ ଗାଳିଗୁଲଜ କରିଥିଲେ । ସେହି ସମୟରେ ଦୋକାନ ନିକଟରେ ବ୍ୟବସାୟୀ ସୁଶାନ୍ତ ପାତ୍ର ପହଞ୍ଚି ଯୁବକ ଜଣଙ୍କୁ ବୁଝାସୁଝା କରି ଘରେ ଛାଡିଥିଲେ । ପରେ ଯୁବକ ଜଣଙ୍କ ଉଗ୍ର ରୂପ ଧାରଣ କରି ପିସ୍ତଲ ଧରି ଆସି ବ୍ୟବସାୟୀ ସୁଶାନ୍ତ ପାତ୍ରଙ୍କୁ ଗୁଳି କରିଥିଲା ।

   Related Posts