ବଲାଙ୍ଗିର ମେଡିକାଲରେ ନର୍ସଙ୍କୁ ମାଡ ଘଟଣା : ରୋଗୀଙ୍କ ସଂପର୍କୀୟ ଗିରଫ
18/02/2020 at 7:41 AM

ବଲାଙ୍ଗିର ୧୮।୨: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନର୍ସଙ୍କୁ ମାଡ ଘଟଣାରେ ଜଣେ ଗିରଫ । ଜଣେ ରୋଗୀଙ୍କ ସଂପର୍କୀୟଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । ଗିରଫ ବ୍ୟକ୍ତି ହେଲେ ବଲାଙ୍ଗୀର କଂସାରୀ ପଡାର ଅବଦୁଲ ରଫି ।

ଅବଦୁଲ ତାଙ୍କ ମା’ଙ୍କୁ ହସ୍ପିଟାଲ ଆଣିଥିବା ବେଳେ ନର୍ସ ପ୍ରତିମା ପ୍ରଧାନ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଭିଡିଓ ଉତ୍ତୋଳନ କରିବାରୁ ନର୍ସ ବିରୋଧ କରିଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅବଦୁଲ ନର୍ସଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଅଧାରରେ ପୋଲିସ ତାଙ୍କୁ ଗିରଫ କରିଛି । ଘଟଣା ପରେ ହସ୍ପିଟାଲରେ ପୋଲିସ ମୁତୟନ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023