ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
5/05/2020 at 2:20 PM

ଖୋର୍ଦ୍ଧା ୫।୫: ଗ୍ରାମାଞ୍ଚଳରେ ବଢି ବଢି ଚାଲିଛି ଗଞ୍ଜେଇ କାରାବାର । ଏଥିରେ ରୋକ ଲଗାଇବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଅସରଳା ଗ୍ରାମରେ ଚଢାଉ କରିଥିଲା । ବିପୁଳ ପରିମାଣର ଗଞ୍ଜେଇ ଓ ଏକ କାରକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ଅସରଳାରୁ ବିଭିନ୍ନ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୂର୍ବରୁ ଅବକାରୀ ବିଭାଗକୁ ଖବର ମିଳିଥିଲା । ତେବେ ଆଜି ଅସରଳା ଗ୍ରାମରେ ଚଢାଉ କରି ୭୫ କେଜି ଗଞ୍ଜେଇ ନଗଦ ୨ ଲକ୍ଷ ୬ ହଜାର ଟଙ୍କା ଓ ଏକ କାର୍ ଜବତ କରିଛି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023