ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲା : ଜଣେ ଯୁବକ ଗିରଫ

Published By : Prameya-News7 Bureau | July 29, 2022 IST

ବ୍ରହ୍ମପୁର ୨୯।୭: ହତ୍ୟା ମାମଲାରେ ଜଣେ ଯୁବକ ଗିରଫ । ଦିଗପହଣ୍ଡି ଶିବ ବେହେରା ହତ୍ୟାକାଣ୍ଡ ମାମଲାରେ ଯୁବକ ଜଣଙ୍କ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ଶେଖ୍ ଶୁକ୍ରୁ । ଶେଖ୍ ଶୁକ୍ରୁଙ୍କ ନାମରେ ପୂର୍ବରୁ ୧୦ଟି ମାମଲା ଥିବା ପୋଲିସ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇଠାରେ ଗତ ୯ ତାରିଖରେ ଶିବ ବେହେରାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ ଶେଖ୍ ଶୁକ୍ରୁ ନାମକ ଯୁବକଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.