ATM କାଉଣ୍ଟର ବସାଇବା ପାଇଁ ପ୍ରାର୍ଥି ଆବଶ୍ୟକ ବିଜ୍ଞାପନ ଦେଇ ୨ ଲକ୍ଷ ଠକେଇ, ଠକ ଗିରଫ ସହ ଟଙ୍କା ଓ ମୋବାଇଲ୍ ଜବତ

Published By : Prameya-News7 Bureau | February 12, 2024 IST

କୋରାପୁଟ ୧୨।୨: ମିଥ୍ୟା ଵିଜ୍ଞାପନ ଦେଇ ଅନଲାଇନ ମାଧ୍ୟମରେ ଲୁଟିନେଲେ ଦୁଇ ଲକ୍ଷ ଟଙ୍କା । ଠକକୁ ଗିରଫ କରିବା ସହ ଦୁଇ ଲକ୍ଷ ଟଙ୍କା ଓ ମୋବାଇଲ ଫୋନ୍ ଜବତ କରିଛି କୋରାପୁଟ ସାଇବର ପୋଲିସ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମଳୟ ମୈତ୍ରୀ ନାମକ ଯୁବକ ଏଟିଏମ୍ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥି ଆବଶ୍ୟକ ବୋଲି ଏକ ମିଥ୍ୟା ଵିଜ୍ଞାପନ ଦେଇଥିଲେ। ଵିଜ୍ଞାପନ ଦେଖି କିଛି ବ୍ୟକ୍ତି ଯୁବକଙ୍କୁ ଫୋନ୍ କରିଥିଲେ । ଏଟିଏମ୍ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ମଳୟ ଆବେଦନକାରୀ ପ୍ରାର୍ଥୀଙ୍କୁ କହିଥିଲେ । ଏଟିଏମ୍ କାଉଣ୍ଟର ବସାଇବା ନିମନ୍ତେ ମାଲିକାନା ପାଇଁ ଅର୍ଥ ଦେବା ପାଇଁ ପ୍ରାର୍ଥିମାନଙ୍କୁ କୁହା ଯାଇଥିଲା। ଟଙ୍କା ନେବା ପରେ ଆଉ ଧରା ଛୁଆଁ ନ ଦେବାରୁ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ଯୁବତୀ ଠକାମୀର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ସାଇବର ଥାନାର ଗୋଟିଏ ଟିମ ଉକ୍ତ ଯୁବକଙ୍କ ମୋବାଇଲକୁ ଟ୍ରାକ କରି ପଶ୍ଚିମବଙ୍ଗରୁ ଗିରଫ କରିଥିଲେ । ଠକେଇ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

You Can Read :

wp:embed {"url":"https://www.prameyanews7.com/human-skeleton-found-inside-forest-in-deogarh-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/human-skeleton-found-inside-forest-in-deogarh-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.