ଏକା ଶୋଇଥିବା ବେଳେ ୭୦ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ, ବନ୍ଧାହେଲେ ଯୁବକ
16/03/2023 at 2:32 PM

ଗୋପ ୧୬।୩: ୭୦ ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପାଇକସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା l ବୃଦ୍ଧା ଜଣଙ୍କ ଘରେ ଶୋଇଥିବା ଅବସ୍ଥାରେ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୋପ ପୋଲିସ l
ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଘରେ ଏକୁଟିଆ ଶୋଇଥିବା ସୁଯୋଗ ପାଇ ପାଇକସାହିର ଯୁବକ ପିଣ୍ଟା ଲେଙ୍କା ବୃଦ୍ଧା ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହାସହ ସୁନା କାନ ଫୁଲ ସହିତ ଆଲମାରୀ ଭାଙ୍ଗି କିଛି ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ପରେ ଗୋପ ଭାରପ୍ରାପ୍ତ ଅଧିକାରୀ ସୁନୀଲ ପ୍ରଧାନ ଯୁବକକୁ ଗିରଫ କରି କେସ୍ ନଂ ୧୩୩/୨୨ରେ ମାମଲା ରୁଜୁ କରି ୩୪୧,୪୫୦,୩୭୬,୩୯୪ ଓ ୫୦୬ ଦଫାରେ କୋର୍ଟ ଚାଲାଣ କରିଛି l