ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ, ୪୦ କେ.ଜି. ଗଞ୍ଜେଇ ସହ ଜଣେ ଗିରଫ

Published By : Prameya-News7 Bureau | August 16, 2020 IST

କଟକ ୧୬।୮: କଟକ ଗୋପାଳପୁର ନିକଟରୁ ୪୦ କେ.ଜି. ଗଞ୍ଜେଇ ଜବତ ହୋଇଛି । ଏହାସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ବିଜେନ୍ଦ୍ର ବାଣ ।

{"id":315447,"sizeSlug":"large"}

ଅଭିଯୁକ୍ତ ଜଣଙ୍କ ଭୁବନେଶ୍ବରରୁ ଗଞ୍ଜେଇ ନେଇ କଲିକତା ଅଭିମୁଖେ ଯାଉଥିବା ତଦନ୍ତରୁ ଜାଣିବାକୁ ପାଇଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ତେବେ ଏହି ରାକେଟ୍ ରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ତାର ଖୋଳତାଡ ଆରମ୍ଭ ହୋଇଛି । ଗଞ୍ଜେଇ ଚୋରା ଚାଲାଣର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ସନ୍ଦେହ କରାଯାଉଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.