ସେକ୍ସ ରାକେଟ୍ରେ ଧରା ପଡିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ, ପୂର୍ବତନ ଡିଏସ୍ପିଙ୍କୁ ହେବ ଜେରା
4/09/2023 at 4:22 PM

କଳାହାଣ୍ଡି ୪।୯: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗର ପଡ଼ାରେ ଜଣେ ପୂର୍ବତନ ଡିଏସ୍ପିଙ୍କ ଘରେ ରବିବାର ଏକ ସେକ୍ସ ରାକେଟ ଠାବ ହୋଇଥିଲା । ଖବର ପାଇ ସଦର ଏସଡିପିଓ ସୁନାରାମ ହେମ୍ବ୍ରମ୍ ଏକ ଟିମ୍ ଗଠନ କରି ପୂର୍ବତନ ଡିଏସ୍ପିଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ସେଠାରୁ ଜଣେ ଦଲାଲ ବିବେକ ବିଶୋଇ ଏବଂ ଜଣେ ଗ୍ରାହକ ଚନ୍ଦନ ମେହେରକୁ ଆଣି ଥାନାରେ ଅଟକ ରଖିଥିଲେ ଟାଉନ ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ଭବାନୀପାଟଣା ଟିଭି ସେଣ୍ଟର ପଡ଼ାର ବିବେକ ବିଶୋଇ ରାମନଗର ପଡ଼ାରେ ଘର ଭଡା ନେଇ ରହୁଥିଲେ । ପୂର୍ବତନ ଡିଏସ୍ପି ଜଣଙ୍କ ଘରେ ଏକା ରହୁଥିବା ବେଳେ ପରିବାର ଲୋକେ କେହି ରହୁନଥିଲେ । ତାଙ୍କ ଘରକୁ କେହି ଯିବାଆସିବା ମଧ୍ୟ କରୁନଥିବାରୁ ସେହି ଦଲାଲ ଜଣଙ୍କ ପାଇଁ ତାହା ସବୁଠୁ ସୁରକ୍ଷିତ ଜାଗା ପାଲଟି ଯାଇଥିଲା । ସେଠାରେ ସେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଆଣି ରାକେଟ୍ ଚଳାଉଥିବା ଜଣା ପଡିଥିଲା । ରବିବାର ଏ ଖବର ପାଇବା ପରେ ସଦର ଏସ୍ଡିପିଓ ଅଚାନକ ଚଢ଼ାଉ କରି ସମସ୍ତଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ସମସ୍ତ ପ୍ରମାଣ ପାଇ ସାରିବା ପରେ ସୋମବାର ବିବେକ ବିଶୋଇଙ୍କୁ ସଦର ଏସ୍ଡିପିଓ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
You Can Read :