ରେଳ ଷ୍ଟେସନରୁ ୧୧କେଜି ୨ଶହ ଗ୍ରାମ୍ ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | August 09, 2022 IST

ଜଟଣୀ ୯।୮: ଖୋର୍ଦ୍ଧା ରୋଡ୍ ଆରପିଏଫ୍ ଓ ଜିଆରପିର ମିଳିତ ଚଢାଉ । ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ଆରପିଏଫ୍‌ ସିବିଆଇ ଟିମ୍ ଠାରୁ ଗଞ୍ଜେଇ ଚାଲାଣ ନେଇ ଖବର ପାଇଥିଲା । ସୋମବାର ରାତିରେ ଟ୍ରେନ୍ ନମ୍ବର ୨୨୮୨୭ ପୁରୀ-ସୁରତ ଏକ୍ସପ୍ରେସ ଗଂଜେଇ ଚାଲାଣ ହେଉଛି ବୋଲି ଆରପିଏଫ୍‌ ଖବର ପାଇଥିଲା l ଖବର ପାଇ ସଙ୍ଗେ ସଙ୍ଗେ ଆରପିଏଫ୍‌ ଓ ଜିଆରପି ମିଳିତ ଭାବେ ୪ ନମ୍ବର ପ୍ଲାଟଫର୍ମ ଉପରେ ଚଢାଉ ବେଳେ ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ବ୍ୟକ୍ତିକୁ ପଚରାଉଚରା ସମୟରେ ତା ନିକଟରୁ ଧଳା ଜରି ବସ୍ତାରୁ ୧୧କେଜି ୨ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲା କରାଯାଇଥିଲା l ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ଏନ୍. ଗଣେଶ ରେଡ୍ଡୀକୁ ଗିରଫ କରିଥିଲା ଜିଆରପି l ଏଇନେଇ ଏନଡିପିଏସ ଆକ୍ଟରେ କେସ୍ ରୁଜୁ କରି କୋର୍ଟ ଚାଲାଣ କରିଛି ଜିଆରପି l ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜିଆରପି କହିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.