ବ୍ରହ୍ମପୁର ବ୍ରଜନଗର ହତ୍ୟାକାଣ୍ଡରେ ଜଣେ ଗିରଫ ; ‘ମଦ ମାଗୁଥିଲା ବୋଲି ମାରିଦେଲି’

Published By : Prameya-News7 Bureau | November 05, 2018 IST

ବ୍ରହ୍ମପୁର ୫|୧୧: ବ୍ରହ୍ମପୁର ବ୍ରଜନଗର ଗତ ମାସ ୩୧ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି ।  ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଗତ ୩୧ ତାରିଖ ସକାଳୁ ବ୍ରଜନଗର ଅଞ୍ଚଳର ପ୍ରଦୀପ ବେହେରା ଓରଫ ଗଣିକୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ପରିବାରବର୍ଗ ସୂଚନା ପରେ  ପୋଲିସ ଘଟଣାର ତଦନ୍ତ କରି ଶଶାଙ୍କ ମହାକୁଡ ନାମକ ଜଣେ ସ୍ଥାନୀୟ ଯୁବକକୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ସେପଟେ ଗିରଫ ଅଭିଯୁକ୍ତ ଶଶାଙ୍କ ମହାଙ୍କୁଡ ହତ୍ୟା କରିଥିବା ସ୍ବୀକାର କରିଛି। ମୃତକ ପ୍ରଦୀପ ସବୁବେଳେ ଶଶାଙ୍କକୁ ମଦ ମାଗି ହଇରାଣ କରୁଥିଲା । ମଦ ନଦେଲେ ଗାଳିଗୁଲଜ କରୁଥିଲା। ପୂର୍ବରୁ ଅନେକ ଥର ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶଶାଙ୍କ ମଦ୍ୟପାନ କରି ପ୍ରଦୀପକୁ ହତ୍ୟା କରିଥିବା ସ୍ବୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.