ଯାଜପୁରରେ ଜଣେ ନାବାଳିକାର ମୃତଦେହ ଉଦ୍ଧାର ; ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ନାବାଳିକାର ସଂପର୍କୀୟ ଦାଦା ଗିରଫ

Published By : Prameya-News7 Bureau | November 19, 2018 IST

ଯାଜପୁର ୧୯|୧୧ : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଜରି ଗାଁ ରେ ଅଭାବନୀୟ ଘଟଣା ଘଟିଛି । ଏକ ପରିତ୍ତ୍ୟକ୍ତ ଘରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ନାବାଳିକାର ସଂପର୍କୀୟ ଦାଦାକୁ ପୋଲିସ ଗିରଫ କରିଛି। ପୋଲିସ ଦାଦାକୁ ଗିରଫ କରି ଡାକ୍ତରୀମଇନା କରିବା ପାଇଁ ଯାଜପୁର ଡାକ୍ତରଖାନାକୁ ପଠାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଅଭିଯୁକ୍ତ ଦାଦା ଘଟଣାକୁ ସ୍ବୀକାର କରିଛି। ନାବାଳିକା ସହିତ ସମ୍ପର୍କ ଥିଲା ଓ ବିବାହ କରିବାରେ ବିଫଳ ହେବାରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲୁ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.